ସଚ୍ଚିରାଉତରାୟଙ୍କ ଗଳ୍ପ ସାହିତ୍ୟରେ ଅବହେଳିତ ସମାଜଚିତ୍ର

Authors

  • ଡ. ସୁଚିତ୍ରା ମହାନ୍ତି Author

Abstract

ସାହିତ୍ୟ ଯୁଗାଶ୍ରୟୀ । ଯୁଗେ ଯୁଗେ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ହେଉଛି ସାଧାରଣ ଜନତା । ସୃଷ୍ଟିର ଆଧାରରେ ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ । କିନ୍ତୁ ମନୁଷ୍ୟ ମଧ୍ୟରେ ଦେଖାଯାଏ ଦୁର୍ବଳ ପ୍ରତି ସବଳର ଅତ୍ୟାଚାର  ।   ଏହା ଏକ ନୂତନ ଚିନ୍ତନ । ପ୍ରତିରୋଧ କରିବାର ଶକ୍ତି ହରାଇଥିବା ଅସହାୟ ମଣିଷ କ୍ରମଶଃ ପରିବର୍ତ୍ତିତ ହୁଏ । ଅବହେଳିତ, ନିଷ୍ପେସିତ ଓ ନିର୍ଯ୍ୟାତିତ । ତେଣୁ ସମାଜର ଘଟଣାକୁ ନେଇ ସମସାମୟିକ ସାହିତି୍ୟକ ଭିନ୍ନ ଭିନ୍ନ ପୃଷ୍ଠଭୂମିରେ ସମାଜର ସ୍ଥିତି ଓ ଆର୍ତ୍ତିକୁ ନେଇ ରୂପଦେଇ ଚାଲିଛି । ସମାନତା, ସମନ୍ୱୟ ଓ ସମଭାଗିତାର ସମତାଳରେ ଆଣି ବସାଇବାକୁ ଚେଷ୍ଟା କରିଛନ୍ତି । ଯଦିଓ  ଓଡ଼ିଆ ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରେ ଏଭଳି ଭାବ ବସ୍ତୁ ଓ ଚରିତ୍ର ଗୁଡ଼ିକ ପ୍ରାୟତଃ  ବର୍ଣିତ ହେଉନ ଥିଲା । ବିଂଶ ଶତାବ୍ଦୀର ତୃତୀୟ ଦଶକରୁହିଁ ଅବହେଳିତ ଚରିତ୍ରମାନଙ୍କର କଥା ଓ ବ୍ୟଥା ସାହିତ୍ୟରେ ଦେଖିବାକୁ ମିଳେ । 

Author Biography

  • ଡ. ସୁଚିତ୍ରା ମହାନ୍ତି

    ଅଧ୍ୟାପିକା, ଓଡ଼ିଆ ଭାଷା ସାହିତ୍ୟ ବିଭାଗ

Downloads

Published

02-08-2025

How to Cite

ସଚ୍ଚିରାଉତରାୟଙ୍କ ଗଳ୍ପ ସାହିତ୍ୟରେ ଅବହେଳିତ ସମାଜଚିତ୍ର. (2025). Siddhanta’s International Journal of Advanced Research in Arts & Humanities, 233-241. https://sijarah.com/index.php/sijarah/article/view/168