ଜୀବନଦର୍ଶନଭିତ୍ତିକ ମୂଲ୍ୟବୋଧ ଓ ରାମଚନ୍ଦ୍ର ମିଶ୍ରଙ୍କ ନାଟକ
Abstract
ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ପହଞ୍ଚି ଅତୀତକୁ ଦୃଷ୍ଟି ନିକ୍ଷେପ କଲେ ଯେଉଁ କେତେଜଣ ସମାଜସଚେତକ ଓ ପ୍ରତିଭାବାନ ନାଟ୍ୟକାରଙ୍କ କଥା ମନେପଡେ, ସେମାନଙ୍କ ମଧ୍ୟରେ ସଫଳ ଓ ଆଦର୍ଶବାଦୀ ନାଟ୍ୟକାର ହେଉଛନ୍ତି ରାମଚନ୍ଦ୍ର ମିଶ୍ର । ପୁରୀ ଜିଲ୍ଲାର ଦଶପଲ୍ଲା ନିକଟସ୍ଥ କୁଞ୍ଜବନ ଗଡ଼ରେ ୧୯୨୦ ମସିହା ଅକ୍ଟୋବର ୧୨ ତାରିଖରେ ରାମଚନ୍ଦ୍ର ମିଶ୍ର ଜନ୍ମଗ୍ରହଣ କରିଥିଲେ ଏକ ସଂସ୍କୃତିସମ୍ପନ୍ନ କୁଳୀନ ବ୍ରାହ୍ମଣ ପରିବାରରେ। ନାଟ୍ୟମୋଦି ପିତା ସ୍ବର୍ଗତ ବିଦ୍ୟାଧର ମିଶ୍ର ଓ ମାତା ରାଧାରାଣୀ ଦେବୀଙ୍କ ସୁଯୋଗ୍ୟ ସନ୍ତାନ ରୂପେ ଧରାପୃଷ୍ଠରେ କରିଥିଲେ ଅବତରଣ। ପିତା ଆଦର୍ଶ ଶିକ୍ଷକ ତଥା ଅଭିନେତା ଓ ସର୍ବୋପରି ସାହିତ୍ୟାନୁରାଗୀ ଥିବାବେଳେ ମାତା ଥିଲେ ଧର୍ମପରାୟଣା ଓ ନିଷ୍ଠା ଆଦର୍ଶର ଏକ ମୂର୍ତ୍ତିମତୀ ଦେବୀ। ପିତାମାତାଙ୍କର ଆଶୀର୍ବାଦ ଓ ଆଦର୍ଶ ସମୟକ୍ରମେ ପୁତ୍ର ରାମଚନ୍ଦ୍ରଙ୍କୁ ପ୍ରତିଷ୍ଠା କରାଇବାରେ ଖୋରାକ ଯୋଗାଇଥିଲା। ତେଣୁ ତରୁଣ ବୟସରୁ ସେ ପାଇଥିଲେ ଧୂରୀଣ ନାଟ୍ୟକାରର ପରିଚୟ। ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହ ମଉଜମଜଲିସ କରିବାର କଥା ସେହି ବୟସରୁ ହିଁ ସେ କବିତା ଓ ଗଳ୍ପ ଲେଖାରେ ମନୋନିବେଶ କରିଥିଲେ। ସେ କେବେ ଭାବି ନଥିଲେ ଯେ ଦିନେ ସଫଳ ନାଟ୍ୟକାର ହୋଇ ବାହାରିବେ ବୋଲି। ସ୍ୱାଧୀନତା ପୂର୍ବରୁ ୫ ବର୍ଷ ଓ ପରେ ୪୫ ବର୍ଷ ପର୍ଯ୍ୟନ୍ତ ସିଏ ଯାହା ସମାଜର ରୂପରଙ୍ଗକୁ ଦେଖିଛନ୍ତି ବା ଅନୁଭବ କରିଛନ୍ତି ସେହି ଜୀବନାନୁଭୁତିକୁ ଉପସ୍ଥାପନ କରିଛନ୍ତି ତାଙ୍କ ନାଟକଗୁଡ଼ିକ ମାଧ୍ୟମରେ।
Downloads
Published
Issue
Section
License
Copyright (c) 2025 Siddhanta's International Journal of Advanced Research in Arts & Humanities

This work is licensed under a Creative Commons Attribution-NonCommercial-NoDerivatives 4.0 International License.