ଓରାଁଓ ଜନଜାତିଙ୍କ ଫଗୁ ପର୍ବ ଏକ ଅଧ୍ୟୟନ

Authors

  • ଡ. ବିଦ୍ୟାଧର ରାଉତ Author

Keywords:

ଫଗୁଆ, ଡଣ୍ଡା କଟ୍ନା, ରୂପା ଶାଗୁଣୀ, ଖୁଖଡ଼ାପୁର, ମଲଙ୍ଗବୀର ପରତା, ନରଭକ୍ଷୀ ପକ୍ଷୀ, ଖଣ୍ଡା ପାହାଡ଼, ପାହାନ, ଅବିର, ସିମିଳି ବୃକ୍ଷ, କୋଟବାର, ବାଘ ଏରଣ୍ଡି

Abstract

ଓରାଁଓ ଜନଜାତି ମୁଖ୍ୟତଃ ଭାରତର ପୂର୍ବୀ ଓ ମଧ୍ୟ ଭାଗରେ ନିବାସ କରିଥାନ୍ତି । ଏମାନଙ୍କର ପ୍ରମୁଖ ନିବାସ ସ୍ଥାନ ହେଲା ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର, ମଧ୍ୟପ୍ରଦେଶ ଓ ଆସାମ । ଏମାନେ ଓଡ଼ିଶାରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେଉଁଝର, ଦେଓଗଡ଼, ଅନୁଗୁଳର କିଛି ଅଞ୍ଚଳରେ ବସବାସ କରନ୍ତି । ଓରାଁଓ ଜନଜାତିଙ୍କ ପର୍ବମାନଙ୍କ ମଧ୍ୟରୁ ଫଗୁ ପର୍ବ ଏକ ସ୍ୱତନ୍ତ୍ର ପର୍ବ । ଏହି ଫଗୁ ପର୍ବ ବସନ୍ତ ଋତୁ ହୋଲି ଅବସରରେ ପାଳନ କରାଯାଉଥିବା ଏକ ମହତ୍ତ୍ୱପୂର୍ଣ୍ଣ ପାରମ୍ପରିକ ପର୍ବ ଅଟେ । ଏହି ପର୍ବ ପ୍ରକୃତି, ନୂଆ ଫସଲ ଓ ସାମାଜିକ ଏକତ୍ର ହେବାର ପ୍ରତୀକ ବୋଲି କୁହାଯାଏ । ଓରାଁଓ ଜନଜାତି ସମୁଦାୟ ନୂତନ ବସ୍ତ୍ର ପରିଧାନ କରି ଗାଁର ଆଖଡ଼ାରେ ଏକତ୍ରିତ ହୋଇ ଗୀତ ନୃତ୍ୟ ପରିବେଷଣ କରନ୍ତି । ମାଦାଳ, ନାଗେରାର ତାଳେ ତାଳେ ଯୁବକ ଯୂବତୀ ସାମୁହିକ ନୃତ୍ୟ କରନ୍ତି । ଏହି ପର୍ବରେ ପୂର୍ବୋଜ, ଗ୍ରାମଦେବତାଙ୍କର ପୂଜା କରାଯାଏ ଓ ଦୁଷ୍ଟ ଆତ୍ମା ସ୍ୱରୂପ ସିମିଳି ବୃକ୍ଷକୁ କଟାଯାଏ । ଫଗୁ ପର୍ବ ଓରାଁଓ ସମାଜର ସାଂସ୍କୃତିକ ପରିଚୟ, ସାମାଜିକ ଏକତା ଓ ପ୍ରକୃତି ପ୍ରତି ସମ୍ମାନକୁ ଦର୍ଶାଇଥାଏ ।
ପ୍ରମୁଖ ଶବ୍ଦାବଳୀ: ।

 

Author Biography

  • ଡ. ବିଦ୍ୟାଧର ରାଉତ

    ଗବେଷକ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା, ମୟୁରଭଞ୍ଜ, ଓଡ଼ିଶା

     

Downloads

Published

29-08-2026

Issue

Section

Articles

How to Cite

ଓରାଁଓ ଜନଜାତିଙ୍କ ଫଗୁ ପର୍ବ ଏକ ଅଧ୍ୟୟନ. (2026). Siddhanta’s International Journal of Advanced Research in Arts & Humanities, 3(6), 172-178. https://sijarah.com/index.php/sijarah/article/view/327